ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବର୍ଷିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି ୨୦୨୪ରେ ମନ ଇଛା ଟିକେଟ୍‌ ବାଣ୍ଟିଲେ, ନିଷ୍ଠାବାନଙ୍କୁ ମିଳିଲା ନାହିଁ। ବିଜେପି, କଂଗ୍ରେସର ନୀତି ନଥିବା ଲୋକଙ୍କୁ ଟିକେଟ୍ ଦିଆଗଲା। ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା, ଟିକେଟରେ ପାତର ଅନ୍ତର କାହିଁକି । ଯେଉଁଥିରେ ଦଳ ପ୍ରତି ନିଷ୍ଠାବାନ ନେତାମାନେ ଅବହେଳିତ ହୋଇଥିଲେ, ତାହାର ପରିଣାମ ଏବେ ସ୍ପଷ୍ଟ ହେଉଛି। ବିଜେଡି ନୀତି ଆଦର୍ଶ ଜାଣି ନଥିବା ଲୋକଙ୍କୁ ଟିକେଟ ଦେବାରୁ ରାଜ୍ୟସଭା ଫଳ। ନେତା ରାଜ୍ୟସଭା ନିର୍ବାଚନରେ ଘୋଡ଼ା ଭଳି ବିକ୍ରି ହୋଇଗଲେ ।

ସେ ଆଉ ମଧ୍ୟ କହିଛନ୍ତି ନବୀନ ବାବୁଙ୍କୁ ୨୦୨୯ ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆମେ ସ୍ଵପ୍ନ ଦେଖୁଛୁ  । ତେଣୁ ଦଳର ମୁଖିଆ ସମୟ ଦେଇଛନ୍ତି କିଛି ନେତାଙ୍କୁ ସୁଧୁରି ଯିବାକୁ।  ସୁଧୁରି ଯାଆନ୍ତୁ ନଚେତ୍ ନବୀନ ବାବୁ ମୂଷାଙ୍କୁ ବିଦା କରିବେ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ଆମେ କଠିନ ରାସ୍ତାରେ ଯାଉଛୁ, ନବୀନଙ୍କ ନେତୃତ୍ଵରେ ଦଳ ଦୃଢ଼ ହେବ ।

ତଥାପି, ସମ୍ବିତ ଦଳର ନେତୃତ୍ୱ ପ୍ରତି ଆଶା ବ୍ୟକ୍ତ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଆହୁରି ଶକ୍ତିଶାଳୀ ହେବ।

Leave a Reply

Your email address will not be published. Required fields are marked *