ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ଏବଂ ଅପମାନଜନକ ଭାଷାର ବ୍ୟବହାରକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ କଠୋର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସୋସିଆଲ୍‌ ମିଡିଆରେ ଅପଶବ୍ଦ ବ୍ୟବହାର ଉପରେ ଅଙ୍କୁଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ଅପଶବଦ୍ଦ ଓ ଘୃଣୀତ ଅପରାଧ ଆକ୍ଟ ଲାଗୁ କରିବାକୁ ଯାଉଛନ୍ତି ସରକାର । ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏପରି ଏକ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି । ଅନେକ ଲୋକ ନିଜ ସୀମା ଉଲ୍ଲଂଘନ କରି ଅପଶବ୍ଦ ବ୍ୟବହାର କରୁଛନ୍ତି, ଯାହା ସମାଜରେ ଖରାପ ପ୍ରଭାବ ପକାଉଛି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର। ଏହାକୁ ରୋକିବା ପାଇଁ “Prevention of Hate Speech and Hate Crime Act” ଆଣିବାକୁ ପ୍ରସ୍ତାବ ରହିଛି।

ଏହି ଆଇନ ଲାଗୁ ହେଲେ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର କଲେ ଲୋକମାନେ ଆଇନର ଜାଳରେ ପଡିପାରିବେ। ଆଇନ କମିଶନ ମଧ୍ୟ ଏହି ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି, ଯାହା ଆଧାରରେ ଶୀଘ୍ର ନୂତନ ନିୟମ ଆସିପାରେ। ବିଶେଷକରି ଯୁବପିଢ଼ି ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବା ବେଳେ, ଭାଷାର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ଆଇନର ପ୍ରଶ୍ନ ନୁହେଁ, ସମାଜିକ ଶିଷ୍ଟାଚାରର ମଧ୍ୟ ଅଂଶ।

Leave a Reply

Your email address will not be published. Required fields are marked *