ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତିକୁ ପରୋକ୍ଷ ନିଶାନା କଲେ ମନମୋହନ ସାମଲ । ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଜିଲ୍ଲା ବୁଲିବା ଦରକାର । ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି, ସାରା ରାଜ୍ୟ ବୁଲି ପାରି ନାହାନ୍ତି । ଜଣେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଏବେ ବିଭିନ୍ନ ଜିଲ୍ଲା ବୁଲିବା ଦରକାର । ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ । ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ସବୁ ଜାଣିପାରିବେ ।

ସେ ଆଉ ମଧ୍ୟ କହିଛନ୍ତି ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ । ୨୪ ବର୍ଷ ତାଙ୍କ ସରକାର ଏବଂ ୧୫ ବର୍ଷ ଏକାକୀ ମୁଖ୍ୟମନ୍ତ୍ରୀ ଥିଲେ ସେ ବୁଲିଲେ ଦେଖିଲେ ସମୀକ୍ଷା କରିବେ ।

ଅନ୍ୟପଟେ ବିଜେପିର ବଢୁଥିବା ଲୋକପ୍ରିୟତା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ବିଜେପିର ୨୨ ମାସର ରାଜ୍ୟ ସରକାର ଏବଂ କେନ୍ଦ୍ରର ୧୨ ବର୍ଷର ସଫଳ ଶାସନକୁ ଲୋକେ ପସନ୍ଦ କରୁଛନ୍ତି । ଦଳର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି । ଯେଉଁ ଭଲ କାର୍ଯ୍ୟକର୍ତ୍ତାମାନେ ସମାଜ ପାଇଁ କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଅନୁମୋଦନ କ୍ରମେ ଦଳରେ ସାମିଲ କରାଯିବ ।

ସୂଚନା ଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି । ଅକ୍ଟୋବର ଓ ନଭେମ୍ବରରେ ନବୀନ ଜିଲ୍ଲା ବୁଲିବେ । ବିଧାୟକମାନଙ୍କ ସହ ବି ଏ ନେଇ ନବୀନ ଆଲୋଚନା କରିଛନ୍ତି । ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି । ପଞ୍ଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି।

Leave a Reply

Your email address will not be published. Required fields are marked *