ରେଲୱେ ଗ୍ରୀଡ୍ ବଡଧରଣର ବ୍ଲାଷ୍ଟ ହୋଇଥିଲା । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍। ସୋମବାର ବିଳମ୍ବିତ ରାତିରେ ହଠାତ ବିସ୍ଫୋରଣ ହୋଇଥିଲା । ରେଲୱେ ଗ୍ରୀଡରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ରାତିରେ ବଡ ବ୍ଲାଷ୍ଟ ଗ୍ରିଡରେ ବ୍ଲାଷ୍ଟ କେମିତି ହେଲା ତାହା ଅସ୍ପଷ୍ଟ ରହିଛି। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ସୂଚନା ଯୋଗ୍ୟ; ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଗ୍ରୀଡ଼ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ ବ୍ଲାଷ୍ଟ ହୋଇଥିଲା। ପରେ ଚାନ୍ଦିପୋଷ ପୋଲିସ କର୍ମଚାରୀମାନେ ଭୟରେ ଥାନାରୁ ବାହାରକୁ ବାହାରି ଆସିଥିଲେ। ତେବେ ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଲହୁଣୀପଡା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିପାରି ନଥିବାରୁ ପରେ ରାଉରକେଲା, ବଣାଇରୁ ଆସି ଦୀର୍ଘ ୪ ଘଣ୍ଟା ନାକେଦମ ହେବା ପରେ ନିଆଁ ଆୟତ୍ତ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାରେ ବ୍ୟାପକ କ୍ଷତି ଘଟିଥିବା ସମ୍ଭାବନା ରହିଥିବା ବେଳେ, ସଠିକ୍ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ।

Leave a Reply

Your email address will not be published. Required fields are marked *