ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି ।ରାଜ୍ୟର ଅନେକ ପ୍ରମୁଖ ବିଶ୍ଵବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ଏହା ସହିତ ପ୍ରମୁଖ ବିଶ୍ଵ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ଖାଲି ପଡ଼ିଥିବା କୁଳପତି ପଦ ପୂରଣ ହୋଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ଵବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍ସା ବିଶ୍ଵବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ଫକୀର ମୋହନ ବିଶ୍ଵବିଦ୍ୟାଳୟ ନିମନ୍ତେ ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ୧୪ ବିଶ୍ୱବିଦ୍ୟାଳୟର କୁଳପତି ତାଲିକା: ➡️ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ – ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ➡️ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର – ରେଭେନ୍ସା ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ – ଫକୀର ମୋହନ ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ସଞ୍ଜୟ କୁମାର ପାତ୍ର – ଧରଣୀଧର ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ବ୍ୟୋମକେଶ ତ୍ରିପାଠୀ – ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ଅସୀମା ସାହୁ – ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ପବନ କୁମାର ଅଗ୍ରୱାଲ – ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ଶିବରାମ ତ୍ରିପାଠୀ – ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି – MSCBD ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ବିଭୂତି ଭୂଷଣ ମଲିକ – ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ଜ୍ୟୋସ୍ନା କେବି ରାଉତ – ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ପ୍ରଭାତ କୁମାର ମହାପାତ୍ର – ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ➡️ପ୍ରଫେସର ହୃଷିକେଶ ସେନାପତି – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ➡️ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ – ଓଡ଼ିଆ ବିଶ୍ୱବିଦ୍ୟାଳୟ Post navigation BJP Foundation Day: ରାଜ୍ୟ କାର୍ଯ୍ୟାଳୟରେ ପାଳନ ହେଲା ବିଜେପିର ୪୭ତମ ପ୍ରତିଷ୍ଠା ଦିବସ Mandal Couple Suspended From BJD: ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ ବିଜେଡିରୁ ନିଲମ୍ବିତ