ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) । ଅପରାଧିକ ଲିଙ୍କ୍, ଆତଙ୍କୀ ହମ୍ଲା ସମ୍ପର୍କିତ ତଦନ୍ତ କରିବ ଏନ୍ଆଇଏ । ନୂଆଦିଲ୍ଲୀରୁ କ୍ଲିୟରାନ୍ସ ପରେ ୧/୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତର ନେତୃତ୍ୱ ନେବା ପାଇଁ NIAର ଏକ ସ୍ୱତନ୍ତ୍ର ଓଡ଼ିଶା ୟୁନିଟ୍ ଗଠନ କରାଯାଇଛି। ରାଜ୍ୟ ବାହାରର ଜଣେ SP-ର୍ୟାଙ୍କ ଅଧିକାରୀ ସମେତ ବରିଷ୍ଠ ଅଧିକାରୀମାନେ ଦଳକୁ ସହାୟତା କରିବେ।ବୋମା ତିଆରିରେ ଶକ୍ତିଶାଳୀ ବିସ୍ଫୋରକ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ଏନ୍ଆଇଏ ହାତକୁ ତଦନ୍ତଭାର ନ୍ୟସ୍ତ କରାଯାଇଛି । ଆରଡିଏକ୍ସ କାହିଁକି ବ୍ୟବହାର କରାଯାଇଥିଲା, ଏଥିରେ ଆତଙ୍କବାଦୀ ଲିଙ୍କ୍ ରହିଛି କି ନାହିଁ ଯାଞ୍ଚ କରିବ ଏନ୍ଆଇଏ । ଏହି ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକର ମୃତ୍ୟୁ ହୋଇ ସାରିଛି । ସେହେନୱାଜ ଓ ତାର ମାଆ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ଘଟଣାରେ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ସନ୍ଦେହ ବଢ଼ିଛି । ସୂଚନା ଯୋଗ୍ୟ; ଗତ ଜାନୁଆରୀ ୨୭ ତାରିଖ ଅପରାହ୍ନ ସମୟରେ ଏୟାରଫିଲ୍ଡ ଥାନା ନିୟୁ ଆଜାଦନଗରରେ ରେହନୁମା ମଞ୍ଜିଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ଫେବ୍ରୁଆରୀ ୪ ତାରିଖରେ, ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହନୱାଜ ମଲ୍ଲିକର ମୃତ୍ୟୁ ହୋଇଥିଲା । ଏହା ପରେ ତାର ମାଆଙ୍କ ପ୍ରାଣ ହରାଇଥିଲେ । ସେହନୱାଜ ନାମରେ ୭ଟି ଅପରାଧିକ ମାମଲା ରହିଛି । ସେ ଜାମିନରେ ଜେଲରୁ ମୁକୁଳିଥିଲା । ସେହନୱାଜ ନିଜ ମା ଏବଂ ବାନ୍ଧାବୀ ସହିତ ପ୍ରଥମ ମହଲାରେ ଭଡ଼ାରେ ରହୁଥିଲା । ଏହି ମାମଲାରେ ପୂର୍ବରୁ ମଧ୍ୟ ଏନ୍ଆଇଏ ତଦନ୍ତ କରିଥିଲା । ସେହନୱାଜର ବାନ୍ଧବୀ ଏବଂ ସାଙ୍ଗ ଏବେ ନଜରରେ ରହିଛନ୍ତି । ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଉଛି । Post navigation Rituals Halted At Lingaraj Temple: ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ଓ ବଡୁ ନିଯୋଗ ବିବାଦ; ନୀତିକାନ୍ତି ବନ୍ଦ prestigious President’s Colour Award: ଓଡିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟ କଲର୍ ଆୱାର୍ଡ