ଆଜି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳୀୟ କର୍ମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି)ର ୪୭ତମ ପ୍ରତିଷ୍ଠା ଦିବସରେ ଦେଶବ୍ୟାପୀ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେମାନଙ୍କର ଅକ୍ଳାନ୍ତ ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ଜୋର ଦେଇଛନ୍ତି ଯେ ଦଳର ଯାତ୍ରା ଜନସେବା ଏବଂ ସୁଶାସନ ପ୍ରତି ସମର୍ପଣର ପ୍ରମାଣ। ସେ କହିଛନ୍ତି, ବିଜେପି ନିଜର ଅନେକ ପ୍ରସଙ୍ଗ ଉପରେ କାମ ପୂରା କରିଛି ଏବଂ ଏବେ ବି କିଛି ପ୍ରସଙ୍ଗ ଉପରେ ସକରାତ୍ମକ କାମ ଜାରି ରହିଛି । ପିଏମ ମୋଦୀ ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । ମୋଦୀ କହିଛନ୍ତି, ସମାନ ନାଗରିକ ସଂହିତା ଓ ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ କାମ ଚାଲିଛି । ପିଏମ ମୋଦୀ ନିଜ କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ବଖାଣିଛନ୍ତି । ସେ କହିଛନ୍ତି ବିଜେପି ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲା ତାହା ପୂରା କରିଛି । ଇଂରେଜ ଅମଳର ଶତାଧିକ ଆଇନର ଅନ୍ତ, ଧାରା ୩୭୦ ଓ ୩୫ଏ ଉଚ୍ଛେଦ, ଗଣତନ୍ତ୍ର ପାଇଁ ନୂଆ ସଂସଦ ଭବନର ନିର୍ମାଣ, ସାଧାରଣ ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ, ରାମ ମନ୍ଦିରର ନିର୍ମାଣ ଏବଂ ତିନି ତଲାକ ସମାପ୍ତ କରିବା ପରି କାମ କରାଯାଇଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ବିଜେପି ଲୋକଙ୍କ ସ୍ୱାର୍ଥ ଏବଂ କଲ୍ୟାଣକୁ କେନ୍ଦ୍ରରେ ରଖି ଭାରତକୁ “ବିକ୍ଷିତ ଭାରତ” ସ୍ୱପ୍ନ ଆଡ଼କୁ ନେଇଯିବାକୁ ଲକ୍ଷ୍ୟ ରଖିଛି।ବିଜେପି ଏପରି ଏକ ଦଳ ଭାବରେ ଠିଆ ହୋଇଛି ଯାହା ଲୋକଙ୍କ କଲ୍ୟାଣକୁ ଏହାର ଦୃଷ୍ଟିକୋଣର କେନ୍ଦ୍ରରେ ରଖେ। ଏହା କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟରେ ଆମର କାର୍ଯ୍ୟରେ ପ୍ରତିଫଳିତ ହୁଏ। ବିଜେପି ଏକ ବିକ୍ଷିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ। ଆମର ସାମୂହିକ ସଂକଳ୍ପ ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇବା ଏବଂ ଭାରତକୁ ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରକୁ ନେଇଯିବା ଜାରି ରଖୁ । ପିଏମ ମୋଦୀ ଆଉ ମଧ୍ୟ କହିଛନ୍ତି ଏବେ ବିଜେପିର ନଜରରେ ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି, ଗୋଟିଏ ସମାନ ନାଗରିକ ସଂହିତା ଓ ଦ୍ୱିତୀୟ ଏକ ରାଷ୍ଟ୍ର ଏକ ନିର୍ବାଚନ । ଏହା ଏ ପର୍ଯ୍ୟନ୍ତ ଲାଗୁ ହୋଇ ନାହିଁ । ଏହା ଉପରେ ସଂପ୍ରତି ସକରାତ୍ମ କାର୍ଯ୍ୟ ଜାରି ରହିଛି । ବିଜେପି ଦେଶର ଏକମାତ୍ର ରାଜନୈତିକ ପାର୍ଟି ଯିଏ ନିଜ ଦଳକୁ ମାଆ ପରି ମାନିଥାଏ । ଆମର ମିଶନ ଏବେ ବି ଜାରି ରହିଛି । ଆମର ଲକ୍ଷ୍ୟ ବିକଶିତ ଭାରତ ନିର୍ମାଣ ଉପରେ ରହିଛି । ଏହାର ପ୍ରାପ୍ତି ପାଇଁ ଆମେ ନିଃସ୍ୱାର୍ଥ ଭାବନାରେ କାମ କରିବୁ । ଆଉ କିଛି ବର୍ଷ ବିଜେପି ୫୦ ବର୍ଷରେ ପାଦ ଦେବ, ଯାହା ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାଦାୟୀ । ୧୯୮୦ ମସିହାରେ ଆଜିର ଦିନରେ ପ୍ରତିଷ୍ଠିତ ଶାସକ ବିଜେପିର ୪୭ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୯ ସାଧାରଣ ନିର୍ବାଚନ ଲୋକସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବା ପାଇଁ ଦଳର ପ୍ରତିଶ୍ରୁତି ଘୋଷଣା କରିଥିଲେ। Post navigation New Rajya Sabha Members Take Oath: ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ Old Commercial Vehicles Ban in Odisha: ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା