ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖି ବର୍ଷା ପବନ ସହ ଘଡଘଡି ଦେଖିବାକୁ ମିଳିଛି । ପୁରୀ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ, କଟକ ବାଙ୍କୀ, କୋଦଳା-ଖଲ୍ଲିକୋଟରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଛି । ପବନ କାରଣରୁ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଛି ଏବଂ କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି ।
 
କାଳବୈଶାଖୀ ବର୍ଷାରେ ଗଛ ପଡ଼ି କୋଦଳା-ଖଲ୍ଲିକୋଟ ରାସ୍ତା ବନ୍ଦ ହୋଇଥିବା ସୂଚନା ମିଳିଛି । କୁଆ ପଥର ମାଡ଼ ସହ ପ୍ରବଳ ମାତ୍ରାରେ ବର୍ଷା ଓ ପବନ ଯୋଗୁଁ ଏକାଧିକ ଘରର ଆଜବେଷ୍ଟସ ଉଡ଼ିଯାଇଛି । 
 
ସେହିପରି, ଉଭୟ କଟକ ଓ ଭୁବନେଶ୍ୱରରେ ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନୁରୂପ ପାଗ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *