Indian Railways approves Kavach Deployment on 631 route kilometres of East Coast Railway
ଦକ୍ଷିଣ ତଟ ରେଳପଥ (SCoR)କୁ କିଛି ଷ୍ଟେସନ ସ୍ଥାନାନ୍ତରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଭାରତୀୟ ରେଳ ମନ୍ତ୍ରାଳୟ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଏହି ପଦକ୍ଷେପ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରିବ ନାହିଁ ।
 
ଦକ୍ଷିଣ ତଟ ରେଳପଥରେ ସାମିଲ୍‌ ହୋଇଥିବା ଷ୍ଟେସନ୍‌ ଗୁଡିକ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣ ଅନୁଯାୟୀ, ପ୍ରାୟ ୫୦ କିଲୋମିଟର ଅତିକ୍ରମ କରୁଥିବା ପଲାସା-ଇଚ୍ଛାପୁରମ୍ ସେକ୍ସନରେ ୭ଟି ଷ୍ଟେସନ୍‌ ସାମିଲ ରହିଛି ଏବଂ ଏହି ସମସ୍ତ ଷ୍ଟେସନ୍‌ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ । ଏହି ଷ୍ଟେସନ୍‌ ଗୁଡିକ ଓଡ଼ିଶାର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।
 
ଏହି ଷ୍ଟେସନ୍‌ ଗୁଡିକ ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ ଏବଂ ମାଲ ପରିବହନ କେନ୍ଦ୍ର ନୁହେଁ । ତେଣୁ ଏହା ଦ୍ୱାରା ପୂର୍ବ ତଟ ରେଳପଥର ରାଜସ୍ୱରେ କୌଣସି ପ୍ରଭାବ ପଡିବ ନାହିଁ ଏବଂ ଟ୍ରେନ୍‌ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
 
ସୂଚନାଯୋଗ୍ୟ ଯେ, ରେଳ ମନ୍ତ୍ରଣାଳୟ ଗତ ଗୁରୁବାର ଦିନ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ଜୋନର କ୍ଷେତ୍ରାଧିକାରକୁ ସଂଶୋଧନ କରି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଦ୍ୱାରା ପଲାସା-ଇଛାପୁରମ୍ ସେକ୍ସନ୍, ଯାହା ପୂର୍ବ ତଟ ରେଳପଥ (ECoR)ର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଅଛି, ଏବେ SCoR ଜୋନର ପ୍ରସ୍ତାବିତ ବିଶାଖାପାଟଣା ଡିଭିଜନରେ ଅନ୍ତର୍ଭୁକ୍ତ ହେବ ।

By Nirvay

Leave a Reply

Your email address will not be published. Required fields are marked *