ଭୂମିକମ୍ପରେ ଥରିଲା କୋରାପୁଟ। କେହି କିଛି ବୁଝିବା ଆଗରୁ ପ୍ରାୟ ପ୍ରାୟ ୬ ରୁ ୮ ସେକେଣ୍ଡ ପାଇଁ କୋରାପୁଟବାସୀଙ୍କୁ ଦୋହଲାଇ ଦେଇଥିଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ରିକ୍ଟର ସ୍କେଲ୍‌ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। କୋରାପୁଟ, ଜୟପୁର ସହର, ସୁନାବେଡ଼ା, ବୋରିଗୁମ୍ମା, ନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି।

ଭୂମିକମ୍ପର ଗଭୀରତା ୫ କିଲୋମିଟର ଥିବାବେଳେ ଲାଟିଚ୍ୟୁଡ୍ ୧୮.୫୭୩, ଏବଂ ଲଙ୍ଗିଚ୍ୟୁଡ୍ ୮୨.୫୫୯ ରହିଥିଲା। ଏନେଇ ନାସନାଲ ସେଣ୍ଟର ଫର ସେସମଲୋଜି ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୧ ମିନିଟ୍‌ରେ ହଠାତ ସବୁ କିଛି ଦୋହଲିବାକୁ ଲାଗିଥିଲା। ପ୍ରାୟ ପ୍ରାୟ ୬ ରୁ ୮ ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତି ହୋଇଥିବାରୁ ଲୋକମାନେ ଶୋଇଥିଲେ। ହଠାତ୍‌ ଘରର ବିଭିନ୍ନ ସାମଗ୍ରୀ ଜୋର୍‌ରେ ଥରି ଉଠିଥିଲା। ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଭୟରେ ଅନେକ ବାହାରକୁ ଚାଲି ଆସିଥିଲେ। । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଉଛି।

Leave a Reply

Your email address will not be published. Required fields are marked *