ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ବଡ଼ ଠକେଇ । ଜଣେ ସେବାୟତ ନକଲି ରସିଦ ଦେଇ ଧ୍ୱଜା ବାନ୍ଧିବାକୁ ଜଣେ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଅଭିଯୋଗ ହୋଇଛି । ଏହାପରେ ଠକିଥିବା ସେବକଙ୍କୁ ନୋଟିସ୍। ୩ ଦିନ ଭିତରେ ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ।

ସୂଚନା ମୁତାବକ, ଗତ ୧ ତାରିଖରେ ହାଇଦ୍ରାବାଦର ଜଣେ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଜଣେ ସେବାୟତଙ୍କ ସହଯୋଗରେ ଧ୍ୱଜା ବାନ୍ଧିବାକୁ ରସିଦ କାଟିଥିଲେ । ଉକ୍ତ ରସିଦ ଦେଖାଇ ଧ୍ୱଜା ବାନ୍ଧିବାକୁ କହିବାରୁ ତାହା ଏକ ନକଲି ରସିଦ ବୋଲି ଜଣାପଡ଼ିଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର ସୁପରଭାଇଜର୍ ତାହାକୁ ଯାଞ୍ଚ କରି ଉକ୍ତ ରସିଦଟି ନକଲି ଥିବା କହିଥିଲେ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଉକ୍ତ ସେବାୟତଙ୍କୁ ନୋଟିସ୍ ଜାରି କରି ତିନି ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଶ୍ରୀମନ୍ଦିର ଥାନାରେ ପ୍ରଶାସନ ପକ୍ଷରୁ ଏକ ଏତଲା ମଧ୍ୟ ଦିଆଯାଇଛି । ଏ ନେଇ ଯାଞ୍ଚ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *