ରାଜ୍ୟରେ ଅସମ୍ଭାଳ ଖରା। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା ଅନ୍ୟପଟେ ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏପରିକି ଟ୍ୱିନ ସିଟିରେ ମଧ୍ୟ ୪୨ ଡିଗ୍ରୀ ତାପମାତ୍ରା ପାର ହେବା ନେଇ ସତର୍କତା ଜାରି ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି।ତେବେ ଅସହ୍ୟ ତାଟିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ଏହାସହିତ ରାସ୍ତାର ପ୍ରତ୍ୟକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । Post navigation Palasa–Ichapuram Section Shifted: ଦକ୍ଷିଣ ତଟ ରେଲୱେ ଜୋନ୍ ଅଧୀନକୁ ଗଲା ପଲାସା-ଇଚ୍ଛାପୁରମ Puri Shrimandir: ପୁରୀ ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ବଡ଼ ଠକେଇ; ସେବକଙ୍କୁ ନୋଟିସ୍