ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ସରକାରୀ ବାବୁ। ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଗିରଫ ହୋଇଛନ୍ତି ଆରଆଇ ରାଜାରାମ ବାନ୍ଦ୍ରା। ତାଙ୍କ ନିକଟରୁ ନଗଦ ରାଶି ଜବତ କରିବା ସହ ଭିଜିଲାନ୍ସ ପକ୍ଷରୁ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ସୂଚନା ଯୋଗ୍ୟ; ଜଣେ ଜମି ମାଲିକଙ୍କଠାରୁ ତାଙ୍କ ପଡ଼ିଆ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବା ପାଇଁ ମାର୍ଚ୍ଚ ୧୦ ତାରିଖରେ ଆର୍ ଆଣ୍ଡ୍ ଡିଏମ୍ ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ ଆରଆଇ ରାଜାରାମ ବାନ୍ଦ୍ରା ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ସେ ଧମକ ଦେଇଥିଲେ ଯେ ଯଦି ଲାଞ୍ଚ ନଦିଆଯାଏ, ତେବେ ସେ ମ୍ୟୁଟେସନ୍ ମାମଲାରେ ଏକ ଅନୁକୂଳ ରିପୋର୍ଟ ପ୍ରଦାନ କରିବେ ନାହିଁ। ଏହା ପରେ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଜି ଭିଜିଲାନ୍ସର ଏକ ଟିମ୍ ଆରଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। Post navigation Councilors Resign From BJD: ବିଜେଡିରୁ ଇସ୍ତଫା ଦେଲେ ୯ କାଉନ୍ସିଲର୍