Railway budget for Odisha increased 13 times in 2025-26
ଓଡ଼ିଶାରେ କାର୍ଯ୍ୟକାରୀ ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି ପାଇ ୧୦ ହଜାର ୫୯୯ କୋଟି ଟଙ୍କାରେ ପହଞ୍ଚିଛି । ଆଜି ଏନେଇ ରାଜ୍ୟସଭାରେ ରେଲୱେ ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ବ୍ୟୟବରାଦ ୮୩୮ କୋଟି ଟଙ୍କା ଥିଲା ।
 
ସେହିପରି ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ରାକ୍‌ କାମ ହୋଇଥିବା ବେଳେ ୨୦୧୪-୨୫ ମଧ୍ୟରେ ୨୧୫୦ କିଲୋମିଟର ରେଳ ଟ୍ରାକ୍‌ ନିର୍ମାଣ କରାଯାଇଛି ।
 
ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, ୧ ଏପ୍ରିଲ୍ ୨୦୨୫ ସୁଦ୍ଧା ୧୯ ନୂଆ ଲାଇନ ଓ ୩୦ଟି ଦୋହରୀକରଣ କାର୍ଯ୍ୟ ମଞ୍ଜୁର ହୋଇଛି । ଖୋର୍ଦ୍ଧାରୋଡ-ବଲାଙ୍ଗିର ପ୍ରକଳ୍ପର ବ୍ୟୟ ଅଟକଳ ୫୦୮୯ କୋଟି ଟଙ୍କା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଆଉ ୧୯୩୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
 

By Nirvay

Leave a Reply

Your email address will not be published. Required fields are marked *