ଗୋଟିଏ ବର୍ଷରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ୨୦୨୫ ମସିହାର ମହିଳା ବିରୋଧୀ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ୨୦୨୫ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି । ମହିଳାଙ୍କୁ ଅସଦାଚରଣ ମାମଲା ସର୍ବାଧିକ ରହିଥିବାବେଳେ ମହିଳାଙ୍କ ଅପହରଣ ଦ୍ୱିତୀୟ ସର୍ବାଧିକ ସ୍ଥାନରେ ରହିଛି । ଏକ ବର୍ଷରେ ୭୩୮୨ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ସେହିପରି ୭୩୭୮ ଜଣ ମହିଳାଙ୍କୁ ଅପହରଣ କରାଯାଇଛି ।

ତୃତୀୟରେ ଅଣ-ଯୌତୁକ ନିର୍ଯ୍ୟାତନା ୫୪୧୯ ଥିବାବେଳେ ଯୌତୁକ ନିର୍ଯ୍ୟାତନା ୪୩୬୧ଟି ମାମଲା ରୁଜୁ ହୋଇଛି । ସେହିପରି ୨୯୯୪ଟି ଦୁଷ୍କର୍ମ, ୧୧୫ଟି ଦୁଷ୍କର୍ମ ଉଦ୍ୟମ, ବିଏନସ୍ ଧାରା ୬୮ରେ ୨, ବିଏନ୍ଏସ୍ ରେ ୭୦୨, ୧୧୮୩ଟି ଯୌନ ନିର୍ଯ୍ୟାତନା ଏବଂ ୧୪୪୮ଟି ସର୍ବସାଧାରଣରେ ମହିଳାଙ୍କୁ ଅବମାନନା କରିବା ମାମଲା ରୁଜୁ ହୋଇଛି । ସେହିପରି ଖରାପ ଦୃଷ୍ଟିରେ ଦେଖିବାରେ ୧୨୭ଟି, ପିଛା କରିବେ ୪୮୫ଟି, ଏସିଡ୍ ଆକ୍ରମଣ ଉଦ୍ୟମ ୧, ମହିଳା ଚାଲାଣ ୧୧୧ଟି, ଟିଜିଙ୍ଗ ୭୫୭, ଯୌତୁକ ଜନିତ ହତ୍ୟା ୧୪୫ ଓ ଯୌତୁକ ଜନିତ ଆତ୍ମହତ୍ୟାରେ ୭୭ଟି ମାମଲା ରୁଜୁ କରାଯାଇଛି ।

ତେବେ ବିଗତ ଏକ ବର୍ଷରେ ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣର କୌଣସି ମାମଲା ଆସି ନାହିଁ ।

Leave a Reply

Your email address will not be published. Required fields are marked *