ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ମହଜୁଦ ଅଛି ଗ୍ୟାସ୍‌ ।ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ଦେଶରେ ତୈଳ ଏବଂ ଗ୍ୟାସକୁ ନେଇ ଆହାକର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ ଘରୋଇ ଗ୍ୟାସର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଉଟିମାନେ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି ।

ଯୋଗାଣ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଗୋଟିଏ ଦିନରେ ୨ ହଜାର ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ହେଉଥିବାବେଳେ ଆମ ପାଖରେ ହାରାହାରି ୧୪ ହଜାର ଘରୋଇ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରହିଛି । ପୂର୍ବରୁ ୨୦ ପ୍ରତିଶତ କମର୍ସିଆଲ୍ ଗ୍ୟାସ୍ ଦିଆଯାଉଥିଲା । ଆଉ ୨୦ ପ୍ରତିଶତ ଗ୍ୟାସ୍ ଦେବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ସେହିପରି ଆଉ ୧୦ ପ୍ରତିଶତ ପାଇଁ କେନ୍ଦ୍ର ସରକାର କିଛି ସର୍ତ୍ତ ରଖିଛନ୍ତି । ତେଣୁ ଯେତିକି କମର୍ସିଆଲ୍ ଗ୍ୟାସର ଆବଶ୍ୟକତା ରହୁଛି ତାହାର ୫୦ ପ୍ରତିଶତ ମିଳିଯିବ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି । ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । କଳା ବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି । ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ।

ଗ୍ୟାସ୍ ସଙ୍କଟ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ବିଭାଗୀୟ ସଚିବ ଏବଂ ଗ୍ୟାସ୍ ବିତରକ ଏଜେନ୍ସିମାନେ ଯୋଗ ଦେଇଛନ୍ତି । ବୈଠକ ପୂର୍ବରୁ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି । ତେଣୁ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ ଖାଉଟିଙ୍କୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *