Iran Confirms Khamenei Killed In US-Israel Strikes
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଇରାନର ମିଡିଆ ପକ୍ଷରୁ କୁହାଯାଇଛି । ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ସମେତ ୭ ଦିନିଆ ସରକାରୀ ଛୁଟି ଘୋଷଣା କରାଯାଇଛି ।
 
ଇରାନୀ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କ ଝିଅ, ଜ୍ୱାଇଁ, ନାତି ଏବଂ ନାତୁଣୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ଜବାବରେ ଇରାନ ଆମେରିକାର ସାମରିକ ବେସ୍ ଓ ମଧ୍ୟପ୍ରାଚ୍ୟର କିଛି ଦେଶ ଉପରେ ମିସାଇଲ୍ ମାଡ଼ କରିଛି ।
 
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଖାମେନେଇଙ୍କ ହତ୍ୟା ଦାବି କରିଥିଲେ । ଆମେରିକା-ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଇରାନ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଇରାନ ସ୍କୁଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । 
 

By Nirvay

Leave a Reply

Your email address will not be published. Required fields are marked *