ରାଜ୍ୟସଭା ନିର୍ବାଚନ ପାଇଁ କସରତ ମଧ୍ୟରେ ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ। ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଫର୍ମ ନେଇଥିବା ଜଣାପଡିଛି। ୩ ସେଟ୍ ଫର୍ମ କଂଗ୍ରେସ ନେଇଥିବା ସୂଚନା ମିଳିଛି। ଏହା ପରେ ସତ୍ୟଜିତ୍ ଗମାଙ୍ଗୋ କହିଛନ୍ତି ଏଆଇସିସି ଏବଂ ଭକ୍ତ ଦାସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟ ହେବେ । ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଛି ବିଜେଡି । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ ନେଇଥିଲେ ସସ୍ମିତ ପାତ୍ର । ଅନ୍ୟପଟେ ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଦାସ କହିଛନ୍ତି, ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ ଆଲୋଚନା ଚାଲିଛି । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ। ସ୍ୱାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ କଲେ ଓଡ଼ିଶାର ସ୍ୱାର୍ଥ ରହିବ । ଆଦର୍ଶ ରାଜ୍ୟସଭା ସଦସ୍ୟ ଏପରି ଜଣେ ହେବା ଉଚିତ ଯିଏ ଉଚ୍ଚ ସଦନରେ ଓଡ଼ିଶାର ସ୍ୱାର୍ଥକୁ ଦୃଢ଼ ଭାବରେ ପ୍ରତିନିଧିତ୍ୱ କରିପାରିବେ। ସେ ଆଉ ମଧ୍ୟ କହିଛନ୍ତି ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି, ପ୍ରାର୍ଥୀ ଫାଇନାଲ୍ ହେବ । ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏଙ୍କ ନାଁ ଙ୍କ ସମେତ ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତା ରହିଛନ୍ତି ।ଆମେ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରିବାକୁ ଚାହୁଁଛୁ । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଛି । ମାର୍ଚ୍ଚ ୬ ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ରେ ରାଜ୍ୟସଭା ନିର୍ବାଚନ ହେବ । ଓଡିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡିଶା ସମେତ ୧୦ ରାଜ୍ୟରେ ଖାଲି ହେଉଛି ୩୭ ଆସନ । Post navigation Odisha CM Meets Nitin Nabin: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Rajya Sabha Election 2026: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି: ସାରଦା ଜେନା