ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାଜସ୍ଥାନର ଉଦୟପୁର ସ୍ଥିତ ଆଇଟିସି ମେମେଣ୍ଟୋସ୍ (ITC Mementos) ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ଉଭୟ ପରିବାରର ରୀତିନୀତିକୁ ସମ୍ମାନ ଦିଆଯାଇଛି । ସେମାନଙ୍କ ବିବାହ ଫଟୋରେ ଦକ୍ଷିଣ ଭାରତୀୟ ସଂସ୍କୃତିର ଝଲକ ସ୍ପଷ୍ଟ ଭାବରେ ଦେଖାଯାଉଛି । ବିଜୟଙ୍କ ପରିବାରର ପରମ୍ପରା ଅନୁଯାୟୀ ତେଲୁଗୁ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ସେହିପରି ସନ୍ଧ୍ୟାରେ ରଶ୍ମିକାଙ୍କ ପରମ୍ପରା ମୁତାବକ କୋଡାଭା ଶୈଳୀରେ ଏକ ସମାରୋହ ଆୟୋଜିତ ହୋଇଥିଲା । ଗୀତା ଗୋବିନ୍ଦମ୍, ଡିୟର୍ କମରେଡ୍ ସିନେମାରେ ଏକାଠି ଅଭିନୟ କରିଛନ୍ତି ବିଜୟ ଓ ରଶ୍ମିକା । Post navigation India, Israel Sign MoUs: ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ଵାକ୍ଷରିତ India – Israel Joint Statement: ଭାରତ – ଇସ୍ରାଏଲ ମିଳିତ ବିବୃତି