ନୂଆଦିଲ୍ଲୀର ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ। ଏହି ନୂଆ ଓଡ଼ିଶା ଭବନ ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବରେ କାମ କରିବ। ଆଜି ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ । ୪,୭୬୧ ବର୍ଗ ମିଟର ପରିମିତ ଏହି ଆଗାମୀ G+6 କୋଠାରେ ବିଭିନ୍ନ ବର୍ଗରେ ୪୫ଟି କୋଠରୀ, ଏକ ସମ୍ମିଳନୀ କକ୍ଷ ଏବଂ ଓଡ଼ିଶାର ପଥର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ ଏବଂ ପାରମ୍ପରିକ ମୋଟିଫ୍ ଦ୍ୱାରା ଅନୁପ୍ରାଣିତ ସ୍ଥାପତ୍ୟ ବୈଶିଷ୍ଟ୍ୟ ରହିବ। ଚାଣକ୍ୟପୁରୀରେ ଥିବା ପୁରୁଣା ଓଡ଼ିଶା ଭବନକୁ ଅସୁରକ୍ଷିତ ଘୋଷିତ କରାଯାଇ ଗତ ବର୍ଷ ସେପ୍ଟେମ୍ବରରେ ଭାଙ୍ଗି ଦିଆଯାଇଥିଲା। ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏକ ଅତ୍ୟାଧୁନିକ ଓ ଓଡ଼ିଶାର କଳା-ସଂସ୍କୃତିର ଝଲକ ଥିବା ନୂଆ ଭବନ ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୦.୪୩ ଏକର ଜମିରେ ୫,୨୮୫ ବର୍ଗ ମିଟର ଅଞ୍ଚଳରେ ଏହା ନିର୍ମିତ ହେବ। ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୪୩ ଏକର ଜମିରେ ଓଡ଼ିଶା ଅସ୍ମିତା, ସଂସ୍କୃତି କଳା ଏବଂ ପରମ୍ପରା ସହ ଆଧୁନିକ ଶୈଳୀରେ ଭବନ ନିର୍ମାଣ କରାଯିବ । ୭ ମହଲା ବିଶିଷ୍ଟ ଏହି କୋଠାରେ ୪୫ଟି କୋଠରୀ ରହିବ । ଯେଉଁଥିରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ । ପାର୍କିଂ ପାଇଁ ୩ଟି ବେସ୍ମେଣ୍ଟ ରହିବ । ଯେଉଁଥିରେ ଏକକାଳୀନ ୪୦ଟି ଗାଡି ପାର୍କ ହୋଇପାରିବ । ପ୍ରଥମ ମହଲାରେ କଳା ପ୍ରଦର୍ଶନ କରାଯିବ ଓ ୨ ମହଲାରେ ସମ୍ମିଳନୀ କକ୍ଷ ରହିବ । ଏଥିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଅତିଥି ବସିବାର ବ୍ୟବସ୍ଥା ରହିବ । ଓଡ଼ିଶାର ହସ୍ତକଳା ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରଥମ ମହଲାରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ରହିବ । ସମ୍ପୂର୍ଣ୍ଣ ଏୟାର-କଣ୍ଡିସନ୍, ସୌର ଶକ୍ତି ବ୍ୟବହାର, ବର୍ଷା ଜଳ ସଂରକ୍ଷଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । Post navigation Rajya Sabha Election: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି Utsav Charan Das Passed Away: ଘୋଡ଼ା ନାଚ ସମ୍ରାଟ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ