ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ଅଘଟଣ ।ଆଇଗିଣିଆରେ ଆମୋନିଆ ଗ୍ୟାସ୍ ଲିକ୍ । ଆଳୁଗଦିର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ । ବିଳମ୍ବିତ ରାତିରେ ଆଇଗିନିଆ ବଜାର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ୟୁନିଟ୍ ସହିତ ସଂଯୋଗ ହୋଇଥିବା ଏକ ପାଇପ୍ ଫାଟି ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେବା ପରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଆମୋନିଆ ଧୂଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଚାରିଆଡେ ବିଷାକ୍ତ ଆମେନିଆ ଗ୍ୟାସ ପ୍ରଭାହିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକମାନେ ଅଣନିଶ୍ବାସୀ ହୋଇପଡିଥିଲେ । ଗ୍ୟାସ୍ ଯୋଗୁଁ ଆଖି ମଧ୍ୟ ପୋଡିଥିଲା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୋକାନ ଦୋକାନ ବୁଲି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଆଇଗିଣିଆ କୋଲ୍ଡ ଷ୍ଟୋରେଜକୁ ଯାଇଥିବା ଆମୋନିଆ ଗ୍ୟାସ୍ ପାଇପ ଫାଟିଯାଇଥିଲା। ଯାହାଫଳରେ କ୍ଷଣକ ମଧ୍ୟରେ ଚାରିଆଡେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାପରେ ଉକ୍ତ ସ୍ଥାନରେ ଥିବା ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା। ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛଟାଯାଇଥିଲା । ତେବେ କିପରି ପାଇପରୁ ଆମୋନିଆ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଜାରି ରହିଛି। Post navigation Odisha Govt To Extend Token Validity: ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ୧୫ ଦିନ ବଢ଼ିବ ଅବଧି Israel honours PM Modi: ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ