ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏନ୍ସିଇଆର୍ଟିର ଏହି ପୁସ୍ତକକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ନ୍ୟାୟପାଳିକାକୁ ବଦନାମ କରିବାର ଯେକୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ । ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ଏହା ବିଚଳିତ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଏହା ସମ୍ପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ଚିନ୍ତାର ବିଷୟ ଏବଂ ସେ ଏହି ମାମଲାର ସ୍ୱତଃ ତଦନ୍ତ କରୁଛନ୍ତି । ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭି କୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ଧମକ ପରେ ବହିରୁ ନ୍ୟାୟିକ ଦୁର୍ନୀତି ବିଷୟକୁ ବାଦ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । Post navigation Modi To Launch Cervical Cancer Vaccination Drive: ସର୍ଭାଇକାଲ୍ କ୍ୟାନ୍ସର ଟୀକାର ଶୁଭାରମ୍ଭ କରିବେ ମୋଦି