PM Modi to Launch Cervical Cancer Vaccine Drive on February 28
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରବୃଆରି ୨୮ ତାରିଖରେ ସର୍ଭାଇକାଲ୍ କ୍ୟାନ୍ସର କିମ୍ବା ଜରାୟୁ କର୍କଟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହି ଟୀକା ସିଙ୍ଗଲ ଡୋଜ୍ ହୋଇଥିବାରୁ ୧୪ ବର୍ଷ ଯାଏଁ କିଶୋରୀଙ୍କୁ ଦିଆଯିବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି । ଘରୋଇ ଭାବରେ ୯,୦୦୦-୧୦,୮୫୦ ଟଙ୍କା  ମୂଲ୍ୟର ଟୀକା ମାଗଣାରେ ଉପଲବ୍ଧ ହେବ ।
 
ଏହାପରେ ୨୦୨୬-୨୭ ବର୍ଷରୁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା’ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସେ କହିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆରମ୍ଭ ହେବ । 
 
ସର୍ଭାଇକାଲ୍ କ୍ୟାନ୍ସର ଟୀକାକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଭାରତର କିଶୋରୀ ଝିଅମାନଙ୍କୁ ପ୍ରଭାବିତ କରୁଥିବା ସବୁଠାରୁ ସାଧାରଣ କର୍କଟ ରୋଗରୁ ସୁରକ୍ଷା ଦେବା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପ୍ରାରମ୍ଭିକ ଟୀକାକରଣ ଭବିଷ୍ୟତର ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ ।
 
କହିରଖୁଛୁ ଯେ, ଓଡ଼ିଶାରେ କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ଚଳିତ ବଜେଟରେ ମୋଟ ୩୧୧ କୋଟି ବ୍ୟୟବରାଦରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ର ବ୍ୟବସ୍ଥା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *