one dead as hoarding collapses in bhubaneswar
ରାଜଧାନୀରେ ଆଜି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱର ଆଇଗିଣିଆରେ ବର୍ଷା ପବନ ବେଳେ ହୋର୍ଡିଂ ଖସିବାରୁ ଜଣେ ମୃତ୍ୟୁ ବରଣ କରିଛନ୍ତି ।
 
ହଠାତ୍‌ ହୋର୍ଡିଂଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡଗିରି ପୋଲିସ ଏମ୍‌ସ ପଠାଇଛି । ପ୍ରବଳ ବର୍ଷା ଫଳରେ ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି ।
 
ଆସନ୍ତା ୨୪ ଘଣ୍ଟା ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଜନିତ ବର୍ଷାର ପ୍ରଭାବ ପ୍ରାୟ ସବୁ ଜିଲ୍ଲାରେ ଦେଖା ଦେଇଛି । ବଜ୍ରପାତ ସତର୍କତା ପରେ ଓଡ଼ିଶା ସରକାର ପାଞ୍ଚଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *