ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାବେଢ଼ା ପୌରପାଳିକାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁନାବେଡା ପୈାରପାଳିକାର କାଉନ୍ସିଲର ସୁରେନ୍ଦ୍ର ସେଠୀ, ଗଜେନ୍ଦ୍ର ମାଝୀ, ସ୍ୱରୁପ ପଟ୍ଟନାୟକ ବିଜେଡି ଦଳ ପରିତ୍ୟାଗ କରି ଏବଂ ମମତା କୁମାରୀ ଖୋରା ଓ ଅଳକା ଲେଙ୍କା ପ୍ରମୁଖ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ସୁନାବେଡାର ବରିଷ୍ଠ ବିଜେଡି ନେତା ମନୋଜ ସେନାପତି, ଇନ୍ଦ୍ରାମଣି ନାୟକ, ଗୋଦାବରୀଶ ବେହେରା, ସତ୍ୟବ୍ରତ ପ୍ରଧାନ, ସନ୍ତୋଷ କୁମାର ପରିଡ଼ା, କେ. ସନ୍ତୋଷ କୁମାର, ଅନୁଜ ସାମଲ, ଜିତୁ କୁମାର ସିଓ, ଦ୍ୱିତୀକୃଷ୍ଣା ସାହୁ, ଏସ୍.ଏଲ୍.ଏନ୍ ପାତ୍ର, ଶଙ୍କର ପାତ୍ର, ଶଙ୍କର ସାହୁ, ମନୋଜ ପାତ୍ର, ଶରତ କୁମାର ସାହୁ, ଗୁପ୍ତେଶ୍ୱର ରାଉତ, ବି. ଅଶୋକ ପାତ୍ର, ତିରୁପତି ପାତ୍ର, ଗଣେଶ୍ୱର ପାଣିଗ୍ରାହୀ, ସୁନୀଲ ସେନାପତି, ମମତା ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ବିଧାନ ବୋର, ସୁନୀଲ ନାଇଡୁ, ତ୍ରିନାଥ ସ୍ୱାଇଁ, ଶିଶିର କୁମାର ରଣା ଓ ମୁକେଶ କୁମାର ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପିପଲାପୋଡ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନମୋ ମାଣ୍ଡିଙ୍ଗା, ପୂର୍ବତନ ନାଏବ ସରପଂଚ ରାଉତ ମିନିଆକା, ୱାର୍ଡ ମେମ୍ବର ଗୋପି ମାଣ୍ଡିଙ୍ଗା, ନରି କୁଲସିକା, ଚାଚିର କୁଲସିକା, ମଟିଆ ମାଣ୍ଡିଙ୍ଗା, ଆରିଆ ମାଣ୍ଡିଙ୍ଗା, ଅର୍ଚ୍ଚିତା ମାଣ୍ଡିଙ୍ଗା, ବିନୋଦ ମିନିଆକାଙ୍କ ସହ ଲକ୍ଷ୍ମୀପୁର ପଂଚାୟତ ବିଜେଡି ସଭାପତି ପାତ୍ର ପିଲାନ୍ତି, ସମ୍ପାଦକ ହେମାଳୟ ହାଲୱା, କୁଟିଙ୍ଗା ପଂଚାୟତ ସଭାପତି ସମୀର ବିିଦିକା ବିଜୁଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ନନ୍ଦୁ କୁଲସିକା, ନିରଞ୍ଜନ ମାଣ୍ଡିଙ୍ଗା, ଗୋଡା ମାଣ୍ଡିଙ୍ଗା, ବିଷ୍ମ ଖୋରା, କବିର ଦାନଗିରି ପ୍ରମୁଖ ବିଜେଡି କର୍ମୀଙ୍କ ସମେତ କଂଗ୍ରେସ କର୍ମୀ ଜୁମ୍ବ୍ରା କୁଲସିକା, ଦିଉ ମାଣ୍ଡିଙ୍ଗା ନିଜ ନିଜ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଶ୍ରୀ ରଘୁରାମ ମାଛ, ରାଜ୍ୟ ସମ୍ପାଦକ ସରୋଜ କର, କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଶିବ ମୁଦୁଲି, ବରିଷ୍ଠ ନେତା ସୁମନ୍ତ କୁମାର ପ୍ରଧାନ, କୈଳାସ ଚନ୍ଦ୍ର କୁଲେସିକା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଚଳିତ ଥର ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ୍ ବେଶ୍ ଜନାଦୃତ ହୋଇଛି । ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଢିବା ପାଇଁ ଏହି ବଜେଟ୍ରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଗମନାଗମନଠାରୁ ଆରମ୍ଭ କରି ଭିତିଭୂମିର ବିକାଶ କରିବା ପାଇଁ ବଜେଟ୍ରେ ପ୍ରାବଧାନ ରହିଛି । ରାଜ୍ୟର ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ଲୋକେ ଏହି ବଜେଟ ଦ୍ୱାରା ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି । ଏହାର ପ୍ରତିଫଳନ ଆଜିର ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଜନହିତକାରୀ, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କୋରାପୁଟ ଜିଲ୍ଲା ସୁନାବେଢ଼ା ପୌରପାଳିକା ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ମିଶ୍ରଣ ଦ୍ୱାରା କୋରାପୁଟ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜ୍ବୁତ୍ ହୋଇଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । Post navigation Liver Transplant Unit At AIIMS Bhubaneswar: ଏମ୍ସ ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମ ଉଦଘାଟିତ Rajya Sabha Elections: ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପି କୋର କମିଟିରେ ଆଲୋଚନା