ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ। ଗୃହରେ ଏନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ବିଗତ ୫ ବର୍ଷ ଠାରୁ ବର୍ତ୍ତମାନ ଯାଏଁ ରାଜ୍ୟର କେତେଜଣ ସରକାରୀ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ପାଇଁ ଗିରଫ ହୋଇଛନ୍ତି?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗତ ୫ ବର୍ଷରେ ୩୧୦ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଗିରଫ କରିଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ପାଇଁ ଗିରଫ କରାଯାଇଛି। ସେଥିମଧ୍ୟରୁ ୨୨ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ରହିଛି। ଭିଜିଲାନ୍ସ ସେମାନଙ୍କଠାରୁ ୪୦ କୋଟି ୮୪ଲକ୍ଷ ୬୭ ହଜାର ଟଙ୍କା ଜବତ କରିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *