Oplus_131072

ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ। ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ । ଏଥର ଦୋଳ ପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ। ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିର ହୋଇଛି ।ପୁରୀକୁ ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଏହା ପୂର୍ବରୁ ଦେବନୀତି ଏବଂ ପାକ ନିଷେଧ ହେବ । ସୂର୍ଯ୍ୟୋଦୟ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ ।

ଆସନ୍ତା ୩ ତାରିଖ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୪୭ ମିନିଟ୍ ପରେ ସର୍ବମୋକ୍ଷ ହେବ। ସେଥିପାଇଁ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ ସ୍ଥିର କରାଯାଇଛି । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟ ସମୟ ଅର୍ଥାତ୍ ସକାଳ ୬ଟା ୦୮ ମିନିଟ୍ ରୁ ପାକତ୍ୟାଗ ଓ ଦେବନୀତି ସଂପୂର୍ଣ୍ଣ ବନ୍ଦ ରହିବ । ସନ୍ଧ୍ୟା ୬ଟା ୪୭ ମିନିଟ୍ ପରେ ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଚଳନ୍ତି ପ୍ରତିମା ରାତି ୧୦ଟାରେ ଦୋଳବେଦୀରେ ବିଜେ କରିବେ ।

Leave a Reply

Your email address will not be published. Required fields are marked *