ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ କଳି ତେଜିବାରେ ଲାଗିଛି । ବୈଠକ ଅଧାରୁ ଉଠି ପଳାଇଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବୈଠକକୁ ବୟକଟ୍‌ କରିବା ସହ ଗଣମାଧ୍ୟମ ଆଗରେ ଲଳିତେନ୍ଦୁ କହିଛନ୍ତି ନିୟମକୁ ଉଲ୍ଲଙ୍ଘନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି ।

ଲଳିତେନ୍ଦୁ କହିଛନ୍ତି ଯେ, ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘ ନିର୍ବାଚନ କରିସାରିଲେଣି କିନ୍ତୁ ଓସିଏ ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି । ବିରୋଧ କରି ବୟକଟ୍‌ କରୁଛି ଏହଂ BCCIକୁ ଏନେଇ ଅବଗତ କରିବି । ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି ।  ଏହା ସହ କିଛି ଲୋକ ଦୀର୍ଘ ବର୍ଷ ହେଲା ଓସିଏକୁ କବ୍‌ଜା କରି ରଖିଛନ୍ତି । ଓସିଏରେ ଅନେକ ଆର୍ଥିକ ଅନିୟମିତତା ହୋଇଛି ତେଣୁ ସ୍ପେଶାଲ ଅଡିଟ୍‌ କରାଯାଉ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି ।

ଅନ୍ୟପଟେ ଲଳିତେନ୍ଦୁଙ୍କ ଅଭିଯୋଗ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଓସିଏର କୌଣସି ଦୁର୍ନୀତି ହୋଇନି। ଏହି ଅଭିଯୋଗ ଭିତ୍ତିହୀନ। ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବେ ବୋଲି କହୁଛନ୍ତି। ମୁଁ ବି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେବି ।  ଆଜି ସ୍ପେଶାଲ ଜିବିରେ ଓସିଏରେ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେଲା। ଏବେ ନିର୍ବାଚନ ନକରିବାକୁ ସବୁ ସଦସ୍ୟ ସହମତ ହୋଇଛନ୍ତି। ନୂଆ ସ୍ପୋର୍ଟ୍ସ ବିଲ ଆଣିବା ପରେ ଓ ବିସିସିଆଇ ନିର୍ଦ୍ଦେଶରେ ନିର୍ବଚେନ କରାଯିବା ନେଇ ସହମତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *