ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ । ୫୦ରୁ ଅଧିକ ଦୋକାନ ଓ ଏକାଧିକ ବାଇକ୍ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗିଥିଲା । ପରେ ପୁରା ମାର୍କେଟକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ପୁରା ମାର୍କେଟ ଜଳିଯାଇଥିଲା । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ୬ଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ନିଆଁ ଲାଗିଥିବା ବେଳେ ପରେ ଏହା ପୁରା ମାର୍କେଟକୁ ବ୍ୟାପିଯାଇଥବଲା । ଆଉ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାହୁଁଚାହୁଁ କିଛି ସମୟ ମଧ୍ୟରେ ପୁରା ମାର୍କେଟ ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ ସହ ବିଭିନ୍ନ ସାମଗ୍ରୀ ଏହି ନିଆଁରେ ପୋଡି ପାଉଁଶ ହୋଇଯାଇଛି । ୬ଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । Post navigation VFS Global Visa Application Centre: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ Five PoliceMen Died In Jharsuguda: ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ