ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ, ଯାହା ୧୧ ବର୍ଷ ପରେ ପାଳନ କରାଯାଉଛି । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ଏହି ଯାତ୍ରା ପାଇଁ କପିଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । କପିଳେଶ୍ଵର ମନ୍ଦିରରେ ମଙ୍ଗଳ ଆଳତି ପରେ ଚାଲିଛି ସାହାଣ ମେଲା ଦର୍ଶନ । ଲିଙ୍ଗରାଜ ମହାପ୍ରଭୁ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର ଏକାଠି ହେବେ । କପିଳେଶ୍ଵର ମନ୍ଦିର ପରିସରରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ହାଣ୍ଡିଭଙ୍ଗା ଯାତ୍ରା ପାଇଁ ସମସ୍ତ ସେବାୟତ ମନ୍ଦିରରେ ପହଞ୍ଚି ସାରିଛନ୍ତି । ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ସମସ୍ତ ଖୁଣ୍ଟିଆ ଓ ମଲିଆ ସେବାୟତ ମାନିବେ । ଏହି ଯାତ୍ରା ସମୟରେ ଲିଙ୍ଗରାଜ ମହାପ୍ରଭୁ ପ୍ରସେସନରେ ବାହାରି ବିଶ୍ୱ କଲ୍ୟାଣ ପାଇଁ କପିଳେଶ୍ୱରଙ୍କ ମନ୍ଦିରକୁ ଯିବେ । Post navigation Odisha Budget 2026: ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି: ମନମୋହନ ସାମଲ Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି