କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଟେଣ୍ଡର ଦିଆଯାଉଛି। ଏନେଇ ସୋଫିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି କଟକରେ ଏବେ ୨୦ରୁ ଅଧିକ ପରିବାର ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ନାଳ ନର୍ଦ୍ଦମା ଠିକ ଭାବେ ସଫା କରାଯାଉଛି। ପିଇବା ପାଣିରେ ଡ୍ରେନ୍‌ ପାଣି ମିଶୁଛି । ଗତ କିଛି ନ ତଳେ କଟକରେ କିଛି ଅଞ୍ଚଳର ବାସିନ୍ଦା ଜଣ୍ଡିସ ଆକ୍ରାନ୍ତରେ ଶିକାର ହୋଇଥିଲେ। ଏନେଇ କଟକ ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ। ହେଲେ ସିଏମସି କି ମେୟର କେହି ବି ନିଜ ଦାଇତ୍ୱ ଠିକ ଭାବେ ତୁଲାଉନାହାନ୍ତି ।

ସୂଚନା ଯୋଗ୍ୟ; ଗତ କିଛି ଦିନ ହେବ କଟକରେ ୨୦ ରୁ ଅଧିକ ଲୋକ ଜଣ୍ଡିସରେ ପୀଡିତ ହୋଇଛନ୍ତି, ଯାହା ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଡ୍ରେନ୍ ନିକଟ ଦେଇ ଯାଇଥିବା ଯୋଗାଣ ପାଇପଲାଇନରେ ଲିକେଜ୍ ଯୋଗୁଁ ପାନୀୟ ଜଳ ଦୂଷିତ ହେବା ଯୋଗୁଁ ଏହି ବ୍ୟାପିବା ଘଟୁଛି ବୋଲି ଜଣା ପଡିଛି ।

 

Leave a Reply

Your email address will not be published. Required fields are marked *