odisha government-releases-paddy-procurement-data
ରାଜ୍ୟରେ ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ୍‌ ଧାନ ଆସିଛି । ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଧାନ କିଣା ହୋଇଛି ।
 
୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡ଼ି ରହିଛି । ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି । ଏମଏସପି ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି ।
 
ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ମିଳୁଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩ୁ୧ ଟଙ୍କା । ସ୍ପଷ୍ଟ କରୁଛି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବ୍‌ସିଡି ଦେଉଛନ୍ତି। ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର ।
 
ଚାଷୀଙ୍କ ସ୍ୱାର୍ଥରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀଙ୍କୁ ଯଥାଶୀଘ୍ର ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ସରକାର କଟିବଦ୍ଧ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
 
odisha government-releases-paddy-procurement-data

By Nirvay

Leave a Reply

Your email address will not be published. Required fields are marked *