Family alleges non-cooperation by ship operator in missing cadet Sarthak case
ସିଙ୍ଗାପୁରରୁ ନିରାଶ ହୋଇ ଫେରିବା ପରେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାମୁ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କଂପାନୀ କୌଣସି ପ୍ରକାର ସହଯୋଗ କଲାନି ବୋଲି ସାର୍ଥକଙ୍କ ମାମୁଁ କହିଛନ୍ତି ।
 
ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା, ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ ।
 
ତେବେ କମ୍ପାନୀ ଷ୍ଟାଫଙ୍କ ସହ କଥା କରାଇ ଦେଲେନି, ବାରମ୍ବାର ପ୍ରତିରୋଧ କରୁଥିଲେ, ସାର୍ଥକଙ୍କ ବାବଦରେ ପଚାରିବା ବେଳେ ପ୍ରତିରୋଧ କରୁଥିଲେ । କେବଳ ସାର୍ଥକଙ୍କ କ୍ୟାବିନ୍‌କୁ ଯିବାକୁ ଅନୁମତି ଦେଲେ । ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି । ମାତ୍ର ୨ ଘଣ୍ଟା ମଧ୍ୟରେ ଜାହାଜରୁ ସେମାନଙ୍କୁ ଓହ୍ଲାଇ ଦେଲେ । ସବୁବେଳେ ସେମାନେ ଘେରି ରହୁଥିଲେ ବୋଲି ସାର୍ଥକଙ୍କ ମାମୁ କହିଛନ୍ତି ।
 
ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *