ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଆସନ ବଦଳିଥିବା ସନାତନ ଓ ଅରବିନ୍ଦ ନିଜ ଆସନରେ ରହିଛନ୍ତି । ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀମାନେ ତାହାକୁ ବର୍ଜନ କରି କକ୍ଷ ତ୍ୟାଗ କରିଛନ୍ତି । ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରି ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ । ଅଭିଭାଷଣ ନେଇ ବିରୋଧୀ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଛନ୍ତି ସରକାର । କହିରଖୁଛୁ ଯେ, ବିଜେଡିରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କ ବିଧାନସଭା ସିଟ୍ ବଦଳିଛି । ଅରବିନ୍ଦ ଙ୍କ G୧୯ ରୁ F19 ଓ ସନାତନଙ୍କ F14ରୁ F21 ହୋଇଛି । ଅରବିନ୍ଦ ମହାପାତ୍ରଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଥିବାବେଳେ ମାଧବ ଧଡ଼ାଙ୍କ ସିଟ୍ ସହ ସନାତନ ମହାକୁଡ଼ଙ୍କ ସିଟ୍ ପରିବର୍ତ୍ତନ ହୋଇଛି । Post navigation Odisha Budget Session 2026: ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ Merchant Navy Cadet Missing: କଂପାନୀ କୌଣସି ପ୍ରକାର ସହଯୋଗ କଲାନି କହିଲେ କ୍ୟାଡେଟ ସାର୍ଥକଙ୍କ ମାମୁ