ଓମ୍ ବିର୍ଲାଙ୍କ ବିରୋଧରେ ଆଗତ ହୋଇପାରେ ଅନାସ୍ଥା ପ୍ରସ୍ତାବ । ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ସୂଚନା ମିଳିଛି । ବାଚସ୍ପତି ପକ୍ଷପାତ ବ୍ୟବହାର କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ନେଇ ଜଣାପଡିଛି । ଗୃହରେ ବିରୋଧୀଦଳ ନେତାଙ୍କୁ କହିବାକୁ ବାଚସ୍ପତି ପକ୍ଷପାତ କରି ସୁଯୋଗ ଦେଉନଥିବା ନେଇ ଅଭିଯୋଗ କରୁଛି କଂଗ୍ରେସ। ଅନେକ ବିରୋଧୀ ଦଳ ଏହାକୁ ନେଇ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। । ଏଏନଆଇ ଅନୁଯାୟୀ, ବିରୋଧୀ ଦଳ ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛନ୍ତି । ଏହାକୁ ନେଇ ଅଧିକାଂଶ ବିରୋଧୀ ଏକଜୁଟ ଅଛନ୍ତି ଏବଂ ଦସ୍ତଖତ ନେବା ବାକି ରହିଛି। ବର୍ତ୍ତମାନ କୌଣସି ପାର୍ଟି ଏହାକୁ ନେଇ ସାର୍ବଜନୀନ ଭାବେ କିଛି କହି ନାହାନ୍ତି । ଅନ୍ୟପଟେ ବଜେଟ୍ ଅଧିବେଶନରେ ହଙ୍ଗାମା ଜାରି ରହିଛି ।ଲୋକସଭାରେ ସୋମବାର କଂଗ୍ରେସ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହରେ ପ୍ରଶ୍ନକାଳ ଚାଲି ପାରିଲା ନାହିଁ । ବୈଠକ ଆରମ୍ଭ ହେବାର ୫ ମିନିଟ୍ ପରେ ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବିରୋଧରେ ମଧ୍ୟ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ହେଲେ ଏହା କାଟ୍ ଖାଇ ଯାଇଥିଲା । ଏବେ ଲୋକସଭାରେ ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ ଅଣ୍ଟା ଭିଡିଛନ୍ତି । Post navigation Will Bibhuti Be Removed From The cabinet: ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ଭୟ ଘାରିଲାଣି ବିଭୂତିଙ୍କୁ ! Naveen Writes To Mohan Majhi: ଧାନ ବିକ୍ରିରେ ଚାଷୀ ଭୋଗୁଥିବା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି