mp-pradip-purohit-raises-mahanadi-water-dispute-issue-in-lok-sabha
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲୋକ ସଭାରେ ମହାନଦୀ ଜଳ ବିବାଦ ବିଷୟ ଉଠେଇଥିଲେ । ଛତିଶଗଡ଼ରେ ଉପର ବନ୍ଧ ନିର୍ମାଣର ପ୍ରଭାବ ଓ ଟ୍ରିବ୍ୟୁନାଲ କାର୍ଯ୍ୟବିଧିର ସ୍ଥିତି ବିଷୟରେ ସେ ଜଳ ଶକ୍ତି ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ ।
 
ଛତିଶଗଡ ଦ୍ୱାରା ଉପରମୁଣ୍ଡ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଛି ଯାହା ଓଡିଶାରେ ଜଳସେଚନ, ପାନୀୟ ଜଳ ଏବଂ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଏ ବିଷୟରେ ସରକାର ଅବଗତ ଅଛନ୍ତି କି ବୋଲି ସାଂସଦ ପ୍ରଶ୍ନ କରିଥିଲେ ।
 
ପ୍ରଦୀପ ପୁରୋହିତ ପୁଣି ପ୍ରଶ୍ନ କରିଛନ୍ତି ଯେ, ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳର ସମାନ ବଣ୍ଟନ ସମ୍ପର୍କରେ ଟ୍ରିବ୍ୟୁନାଲ୍ କୌଣସି ମଧ୍ୟବର୍ତ୍ତୀକାଳୀନ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି କି?
 
କହିରଖୁଛୁ ଯେ, କେନ୍ଦ୍ର ସରକାର ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରି ଏହି ବିଷୟକୁ ବିଚାର ପାଇଁ ପଠାଇଥିଲେ ।
 
ପୁରୋହିତ ଙ୍କ ଉତ୍ତରରେ ଜଳ ଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ କହିଛନ୍ତି ଯେ, ଟ୍ରିବ୍ୟୁନାଲ, ୨୯ ଅଗଷ୍ଟ ୨୦୨୦ର ନିର୍ଦ୍ଦେଶରେ, ମହାନଦୀ ଅବବାହିକାରେ ଛତିଶଗଡ଼ ଦ୍ୱାରା ୬ଟି ବନ୍ଧ ନିର୍ମାଣ ଓ ଓଡ଼ିଶାରେ ନିମ୍ନ ପ୍ରବାହ ଉପରେ ତାହାର ଅଭିଯୋଗ ଆଦି କେତେକ ବିଷୟ ଚୂଡାନ୍ତ କରିଥିଲେ । ଟ୍ରିବ୍ୟୁନାଲ ବର୍ତ୍ତମାନ ଏହି ବିଷୟରେ ପରୀକ୍ଷା କରୁଛି । ଓଡ଼ିଶା ଓ ଛତିଶଗଡ଼ ଏକ ପାରସ୍ପରିକ ସମାଧାନ ପାଇଁ ଆଲୋଚନା କରୁଛନ୍ତି । କେନ୍ଦ୍ର ସରକାର ରିପୋର୍ଟ ଏବଂ ନିଷ୍ପତ୍ତି ଦାଖଲର ସମୟ ସୀମା ୧୪ ଏପ୍ରିଲ୍, ୨୦୨୪ ରୁ ଦୁଇ ବର୍ଷ ଅର୍ଥାତ୍ ୧୩ ଏପ୍ରିଲ୍, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *