ପଲ୍ୟୁସନ ପାଇଁ କଂଗ୍ରେସର ସାଇକେଲ ଯାତ୍ରା । ଆସନ୍ତା କାଲି କଂଗ୍ରେସ ଭବନରୁ ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ଘର ଘେରାଉ କରିବ ଯୁବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସେ କହିଛନ୍ତି ଜିଜିୟା କର ଅସୁଲି ବ୍ୟବସ୍ଥା କୁ ବଳିଗଲା ସରକାରଙ୍କ ପଲ୍ୟୁସନ ଫାଇନ ଆଦାୟ । ଫାଇନ ଆଦାୟ ନାଁ ରେ ଲୋକଙ୍କ ଠାରୁ ଜିଜିୟା କର ଅସୁଲି କରାଯାଉଛି ।ଲୋକଙ୍କ ପଇସା ଖାଇ ଲୁଟ ଚାଲିଛି । ପଲ୍ୟୁସନ ସାର୍ଟିଫିକେଟ ଅଛି ନା ନାହିଁ ଯାଂଚ କରାଯାଉନି ।

ଭକ୍ତ ଦାସ କହିଛନ୍ତି ବାଇକର ଯେତିକି ଦାମ ନୁହେଁ ତା ଠୁ ଅଧିକ ଫାଇନ ପଡୁଛି । ଅନୁଗୁଳ, ତାଳଚେର, କଳିଙ୍ଗନଗର ରେ ଥିବା ବଡ଼ ବଡ଼ କମ୍ପାନୀ କେତେ ପଲ୍ୟୁସନ କରୁଛନ୍ତି ସାର୍ଟିଫିକେଟ ଦେଖାଇ ପାରିବେ କି ସରକାର??? ତେଣୁ ଲୋକଙ୍କୁ ୬ ମାସ ସମୟ ଦେଇ ପଲ୍ୟୁସନ ସାର୍ଟିଫିକେଟ ପାଇଁ ଅଧିକ ସୁବିଧା କରାନ୍ତୁ ସରକାର । ଯଦି ଏହାର ସମାଧାନ ନ ହୁଏ ତେବେ ଆଗକୁ ମୁଖ୍ୟମନ୍ତ୍ରୀ ବାସ ଭବନ ଘେରାଉ ସହ ବିଧାନସଭା ଘେରାଉ କରିବ କଂଗ୍ରେସ ।

 

 

Leave a Reply

Your email address will not be published. Required fields are marked *