ମଣ୍ଡିରେ ଦୂର ହେଲା ଅଚଳାବସ୍ଥା । ସ୍ୱାଭାବିକ ହେଲା ଧାନ କିଣା । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେ କହିଛନ୍ତି ୧୯ ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି। ୧୯ଟି ଜିଲ୍ଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର୍ସ ଉଠାଇଛନ୍ତି । ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାନ୍ସ ଦିଆଯାଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ହୋଇଛି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମିଲର୍ସମାନେ କିଛି ଦାବି ନେଇ ଆନ୍ଦୋଳନ କରିଥିଲେ । ଗତକାଲି ମିଲର୍ସଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ମିଲର୍ସମାନଙ୍କର କିଛି ଦାବିକୁ ମାନିନେଇଛନ୍ତି । କଷ୍ଟମ ମିଲିଂ ବ୍ୟବସ୍ଥାକୁ ସରକାର ମାନିଛନ୍ତି । ସେହିପରି ପରିବହନ ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି । ଏହା ସହ ସରକାର ଆଉ କିଛି ଦାବି ପୂରଣ ପାଇଁ ବିଚାର କରୁଛନ୍ତି । ଯାହା ଫଳରେ ଆଜି ଧାନ କିଣା ସ୍ୱାଭାବିକ ହୋଇଛି । Post navigation T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC Nursing Reforms and Digital Health Mission Rollout: ନର୍ସିଂ ସଂସ୍କାର ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରିବାକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ