ଓପିଏସ୍ସି ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ଟି ସେବାର ୩୧୪ଟି ପଦବୀ ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ପଦ ନାହିଁ। ଚଳିତ ବର୍ଷ ଅଧିସୂଚିତ ହୋଇଥିବା ମୋଟ ୩୧୪ ପଦବୀ ମଧ୍ୟରୁ, କେବଳ ୧୨ ପଦବୀ ଓଡ଼ିଶା ପୋଲିସ ସେବା ପାଇଁ ଗ୍ରୁପ୍ A ରେ ଅଛି। ସର୍ବାଧିକ ୧୭୬ ପଦବୀ ହେଉଛି ଗ୍ରୁପ୍ B ଅନ୍ତର୍ଗତ OTAS ପାଇଁ। ଏହି ପଦବୀଗୁଡ଼ିକ ମଧ୍ୟରୁ ଅନେକ ପଦବୀ ପୂର୍ବରୁ ଖାଲି ଥିଲା, କାରଣ ମନୋନୀତ ପ୍ରାର୍ଥୀମାନେ ଯୋଗ ଦେଇ ନଥିଲେ। ଏଥର ଗୋଟିଏ ବି ଓଏଏସ୍ ପଦବି ନାହିଁ। କେବଳ ଓଏଏସ୍ ନୁହେଁ, ଓଏଫ୍ଏସ୍ କି ଓଆର୍ଏସ୍ ପାଇଁ କୌଣସି ଗୋଟିଏ ବି ପଦବି ନାହିଁ। ଯାହାକୁ ନେଇ ରାଜ୍ୟର ଲକ୍ଷାଧିକ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ଗତବର୍ଷ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସିଭିଲ ସର୍ଭିସେସ୍ କ୍ୟାଡର ରୁଲକୁ ଅର୍ଥ ଓ ରାଜସ୍ବ ବିଭାଗ ଉଲ୍ଲଂଘନ କରି ମନଇଚ୍ଛା ପଦୋନ୍ନତି ଦେଇଥିବାରୁ ମୂଳ ପଦବୀ ଖାଲି ହେଉନି। ଯେଉଁଥିପାଇଁ ଏଥର ଏହି ତିନି ପ୍ରମୁଖ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରିନି। ୩୧୪ ପଦବୀ ମଧ୍ୟରୁ, ୧୧୫ ପଦବୀ ପୂର୍ବ ବର୍ଷଗୁଡ଼ିକର, କାରଣ ମନୋନୀତ ପ୍ରାର୍ଥୀମାନେ ଯୋଗ ଦେଇ ନଥିଲେ। ଅବସର ଯୋଗୁଁ ଆଉ ୧୯୯ ପଦବୀ ଖାଲି ଦର୍ଶାଯାଇଛି। Post navigation Centre Cracks Down On X: ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ‘X’ କୁ କେନ୍ଦ୍ର ସରକାରଙ୍କ ନୋଟିସ୍