Congress Pays Tribute to Tribal Protesters of Kalinganagar Firing
କଳିଙ୍ଗ ନଗର ଲୋମହର୍ଷଣକାରୀ ଆଦିବାସୀ ଗଣହତ୍ୟାର ଆଜି ୨୦ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଳିଙ୍ଗନଗର ଆଦିବାସୀ ଗଣହତ୍ୟାରେ ଶହୀଦ ହୋଇଥିବା ୧୨ ଜଣ ସଂଗ୍ରାମୀ ଆଦିବାସୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
 
ତତ୍‌କାଳୀନ ବିଜେଡ଼ି ବିଜେପି ଭାଗୁଆଳି ସରକାର ଟାଟା କମ୍ପାନୀ ଦ୍ୱାରା ଅନୁଗୃହୀତ ହୋଇ କଳିଙ୍ଗନଗରର ଆଦିବାସୀଙ୍କ ଠାରୁ ତାଙ୍କର ସାତପୁରୁଷର ଭିଟାମାଟିକୁ ଛଡ଼େଇ ନେଇ ଟାଟା କମ୍ପାନୀକୁ ଦେବାପାଇଁ ଯେଉଁ ଷଡଯନ୍ତ୍ର କରିଥିଲେ ସେଥିରେ ୧୨ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇବା ସହ ୪୦ ଜଣ ଆହତ ହୋଇଥିଲେ ।
 
ସବୁଠାରୁ ଦୁଃଖ ଓ ପରିତାପର ପ୍ରସଙ୍ଗ ଏହିକିଯେ ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ଯେଉଁ କମିଶନ ବସିଥିଲା ସେହି କମିଶନର ରିପୋର୍ଟରେ ପ୍ରସାସନର ପଦକ୍ଷେପକୁ ଭୁଲ ବୋଲି ଦର୍ଶାଯାଇନଥିଲା । ଓଡ଼ିଶାର ଆଦିବାସୀ ଲୋକମାନଙ୍କ ପାଇଁ ତତ୍‌କାଳୀନ ବିଜେଡ଼ି ବିଜେପି ଭାଗୁଆଳି ସରକାର କ୍ରୁର ମାନସିକତାକୁ ପାଶୋରୀ ହେବନାହିଁ । କଂଗ୍ରେସ ଦଳ ସବୁବେଳେ ଆଦିବାସୀ ମାନଙ୍କ ସହ ରହିଛି ଏବଂ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ ଉଦ୍ୟମ କରିଚାଲିଛି ବୋଲି କଂଗ୍ରେସ କହିଛି ।
 
ତତ୍‌କାଳୀନ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେତେବେଳେ କଳିଙ୍ଗନଗର ଗସ୍ତକରି ଅତ୍ୟାଚାରିତ ଆଦିବାସୀ ମାନଙ୍କୁ ଏବଂ ଦିବଗଂତ ଆଦିବାସୀ ମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *