ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ । ଆଜିଠାରୁ ୧୫ ତାରିଖ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଜାନୁଆରୀ ୫ରୁ ୨୫ ଭିତରେ ରେଜଲ୍ଟ ଅପଲୋଡ୍ କରିବେ କଲେଜ୍ କର୍ତ୍ତୃପକ୍ଷ । ପ୍ରାକ୍ଟିକାଲ୍ ଓ ଇଣ୍ଟରନାଲ୍ ଆସେସମେଣ୍ଟର ରେଜଲ୍ଟ ଅପଲୋଡ୍ କରିବେ କର୍ତ୍ତୃପକ୍ଷ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେଣୁ ସମସ୍ତ କଲେଜରେ ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ କଲେଜ କର୍ତ୍ତୃପକ୍ଷ ସଜାଗ ଅଛନ୍ତି। ତେବେ ପ୍ରାକ୍ଟିକାଲ ପରୀକ୍ଷା ସାରିବା ପରେ ଫେବୃଆରୀ ୧୮ରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା। ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ରେ ପରୀକ୍ଷା ସରିବ। ଫେବୃଆରୀ ୧୮ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। କପି ରୋକିବାକୁ ସିସି କ୍ୟାମେରା ସହ ଏଥର ଚତୁଃସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ତ୍ରୁଟିଶୂନ୍ୟ ପରୀକ୍ଷା ସହ ୪୫ ଦିନ ଭିତରେ ଫଳ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା କପି କରନ୍ତି କିମ୍ବା ବିଶୃଙ୍ଖଳା ସୃଷ୍ଟି କରନ୍ତି ତାଙ୍କ ବିରୋଧରେ ଶିକ୍ଷା ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। Post navigation Former MLA Akshaya Acharya passes away: ପରଲୋକରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ OPELIP Scheme Has Been Stopped: ବନ୍ଦ ହେଲାଣି ଓପିଲିପି ଯୋଜନା; ୧୩୬ ଲାଞ୍ଜିଆ ସୌରା ଗାଁ ଅବହେଳିତ