ପୁଣି ଇତିହାସ ରଚିଲେ ଭାରତୀୟ ମହିଳା । ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଛି ଭାରତ ।
 
କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ନେପାଳକୁ ୭ ଓ୍ୱିକେଟରେ ହରାଇ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଥର ପାଇଁ ଦୃଷ୍ଟିବାଧିତ ମହିଳା T-20 ବିଶ୍ୱକପ୍ ଜିତି ଇତିହାସ ରଚିଛନ୍ତି ।
 
ଭାରତ ମ୍ୟାଚରେ ଟସ୍‌ ଜିତି ଫିଲ୍ଡିଂ ନେବା ପରେ ନେପାଳର ସ୍କୋରକୁ ୧୧୪/୫ରେ ସୀମିତ କରି ଦେଇଥିଲା । ୧୧୪ ରନର ଟାର୍ଗେଟକୁ ୧୩ ଓଭରରେ ପୂରା କଲା ଦଳ । ବିଜୟ ଲକ୍ଷ୍ୟ ବେଳେ ଭାରତ ଇନିଂସରେ ଟପ୍‌ ସ୍କୋରର ଥିଲେ ଓଡ଼ିଆ ଝିଅ ଫୁଲ ସୋରେନ । ସେ ୪୪ ରନ କରି ଅପରାଜିତ ଥିଲେ ।
 
ଭାରତ ଶନିବାର ଦିନ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟଟିରେ ପାକିସ୍ତାନ ବିପକ୍ଷରେ ନେପାଳ ବିଜୟ ଲାଭ କରିଥିଲା ।
India win T20 World Cup Cricket For Blind

By Nirvay

Leave a Reply

Your email address will not be published. Required fields are marked *