Mohan Majhi attends Odisha State Day celebration in Delhi
ଆଜି ନୂଆଦିଲ୍ଲୀରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୨୫ ଅବସରରେ ପାଳନ ହେଉଥିବା ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି ।
 
ମୁଖ୍ୟମନ୍ତ୍ରୀ ଓଡ଼ିଶା ମଣ୍ଡପ ପରିଦର୍ଶନ କରିବା ସହ ଭାରତ ମଣ୍ଡପମ୍‌ର ଆମ୍ଫି ଥିଏଟର୍‌ରେ ଆୟୋଜିତ ହୋଇଥିବା ମନୋରମ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
 
ଏଥର ଓଡ଼ିଶା ମଣ୍ଡପରେ ଶ୍ରୀମନ୍ଦିର, ପଟ୍ଟଚିତ୍ର ଓ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଆମ କଳା, ଐତିହ୍ୟ ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇଛି ।
 
ମଣ୍ଡପରେ ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି, ଯେଉଁଠାରେ ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବୁଣାକାରମାନଙ୍କର ହସ୍ତତନ୍ତ ବସ୍ତ୍ର, ହସ୍ତଶିଳ୍ପ ସାମଗ୍ରୀ, ପ୍ରସ୍ତର ମୂର୍ତ୍ତି କଳା ଏବଂ ଶ୍ରୀଅନ୍ନ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି । ଓଡ଼ିଶା ମଣ୍ଡପ ଓଡ଼ିଶାର କଳା, ସଂସ୍କୃତି, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିର ଏକ ଦିବ୍ୟ ଓ ଭବ୍ୟ ପ୍ରଦର୍ଶନ କରିଛି ।
 Mohan Majhi attends Odisha State Day celebration in Delhi
 

By Nirvay

Leave a Reply

Your email address will not be published. Required fields are marked *