ଦକ୍ଷିଣଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି ଯେ, ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ୨୪ ତାରିଖ ସୋମବାର ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ । ୨୯ କିମ୍ବା ୩୦ ତାରିଖରେ ନେଇପାରେ ଭୀଷଣ ରୂପ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି ପାଣିପାଗ ବିଭାଗ । Post navigation Odisha Police SI Exam Scam: ଓଡିଶା ପୋଲିସ SI ପରୀକ୍ଷା ନିଯୁକ୍ତି ଦୁର୍ନୀତି ମାମଲାରେ ୪ ଜଣଙ୍କୁ CBI ଜେରା Humane Sagar Death Mystery: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ