Improvement In Ollywood Music Composer Abhijit Majumdar’s health Condition
ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।
 
ଏବେ ସେ ଭୁବନେଶ୍ୱର AIIMSର ମେଡ଼ିସିନ ୱାର୍ଡରେ ଅଛନ୍ତି । ଗତ ସେପ୍ଟେମ୍ବର ୪ ତାରିଖରେ ସଙ୍କଟାପନ୍ନ ଅବସ୍ଥାରେ ICU ରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଭେଣ୍ଟିଲେଟର୍‌ରୁ ଏବଂ ପରେ ICU ରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଅଛନ୍ତି । ତେଣୁ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଡାକ୍ତର ଅନୁରୋଧ କରିଛନ୍ତି ।
 
ସ୍ଵତନ୍ତ୍ର ଡାକ୍ତର ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଅନୁଧ୍ୟାନ କରୁଛନ୍ତି । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ଆଖି ଖୋଲିବା ସହ ଡାକ୍ତରଙ୍କ କଥା ଶୁଣି ଉତ୍ତର ମଧ୍ୟ ଦେଉଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *