ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ୟାକ୍ସ ସଂପାଦକ ଗିରଫ । ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତି ସଂପାଦକ ସୁରେଶ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି ସୁରେଶ । ପ୍ୟାକ୍ସ ସମ୍ପାଦକ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି । ପ୍ୟାକ୍ସ ସମ୍ପାଦକ ସୁରେନ୍ଦ୍ର ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡକୁ ହେରଫେର କରି ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ । ସୂଚନା ଯୋଗ୍ୟ; ପ୍ୟାକ୍ସ ଡେ ବୁକକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ୟାକ୍ସ ସମ୍ପାଦକ ସୁରେନ୍ଦ୍ର ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡକୁ ହେରଫେର କରି ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ କରି ନିଜ ପକେଟରେ ପୁରାଇଛନ୍ତି । ଏହା ପରେ ଋଣଗ୍ରହୀତା ଚାଷୀମାନଙ୍କ ଦ୍ୱାରା ଫେରସ୍ତ ଋଣ ପରିମାଣର ବିବରଣୀ ସରକାରୀ ରେକର୍ଡରେ ଉପସ୍ଥାପନ କରି ନାହାଁନ୍ତି । ଏପରି କରି ପ୍ରାୟ ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା ଆତ୍ମସାତ କରିଛନ୍ତି । ଆଜି ଆନୁଷ୍ଠାନିକ ଗିରଫଦାରୀ ପରେ ସୁରେଶ ଚନ୍ଦ୍ର ସାହୁଙ୍କୁ ସମ୍ବଲପୁରର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । Post navigation Puri Shrimandir: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି Abhijit Majumdar: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର