ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍। ବେକରେ ଆଘାତ କାରଣରୁ ବାଦ୍ ପଡ଼ିଲେ ଗିଲ୍। ଗିଲ୍ଙ୍କ ଅନୁପସ୍ଥିତିରେ ନେତୃତ୍ବ ନେବେ ରିଷଭ ପନ୍ତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ନେତୃତ୍ବ ନେବେ ପନ୍ତ। ପ୍ରଥମ ଟେଷ୍ଟରେ ବେକରେ ଆଘାତ ପାଇଥିବା ଅଧିନାୟକ ଶୁବମନ ଗିଲ୍ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦ । ଗତକାଲି ଗିଲ୍ ଦଳ ସହିତ ଗୌହାଟୀରେ ପହଁଚିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନାହିଁ। ଏହା ପରେ ତାଙ୍କୁ ମୁମ୍ବାଇ ପଠାଇ ଦିଆଯାଇଛି, ସେଠାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା କରାଯିବ। ସୂଚନା ଯୋଗ୍ୟ; ଭାରତୀୟ ଦଳ ନଭେମ୍ବର ୨୨ରୁ ଗୌହାଟୀର ବରସାପରା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛରେ ରହିଛି । କୋଲକାତାର ଇଡେନ୍ ଗାର୍ଡେନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ସମୟରେ ଗିଲ୍ ଆହତ ହୋଇଥିଲେ। ତାଙ୍କର ବେକରେ ଆଘାତ ଲାଗିଥିଲା । ତେଣୁ ସେ ପ୍ରଥମ ଇନିଂସ ବ୍ୟାଟିଂ ବେଳେ ରିଟାୟର୍ଡ ହଟ୍ ହୋଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ନ ଥିଲେ। ଦ୍ୱିତୀୟ ଦିନ ଖେଳ ସରିବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କୁ ପର ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । Post navigation Kolkata Earthquake: କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୨ ରେକର୍ଡ Humane Sagar’s Death: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା