କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦ ମଧ୍ୟରେ କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ମାଲଦା, ନଦିଆ, କୁଚବିହାର ଏବଂ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ରିପୋର୍ଟ ନାହିଁ।

ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରୁ ୨୭ କିଲୋମିଟର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ପର‌୍ୟ୍ୟନ୍ତ ଥିଲା । ଫଳରେ କୋଲକାତା, ଉତ୍ତର ବଙ୍ଗ, କୁଚବିହାର ଏବଂ ଦିନାଜପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ସମୟ ୧୦ଟା ବାଜି ୧୦ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା ।

ଭୂକମ୍ପ ହେବା କ୍ଷଣି ଘର ଫ୍ୟାନ୍ ଏବଂ ଆସବାବ ପତ୍ର ଦୋହଲିବାକୁ ଆରମ୍ଭ କରିଥିଲା । ଫଳରେ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ ।

 

Leave a Reply

Your email address will not be published. Required fields are marked *