ବିହାରରେ ଆଜିଠୁ ପୁଣି ନୀତୀଶ ଯୁଗ ଆରମ୍ଭ । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ନେତା ନୀତୀଶ କୁମାର । ଗୁରୁବାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

ବିଧାନସଭା ନିର୍ବାଚନରେ ଏନଡିଏ ନିର୍ଣ୍ଣାୟକ ଜନାଦେଶ ସହିତ ବିଜୟୀ ହେବା ପରେ ଆଜି ଜେଡି(ୟୁ) ମୁଖ୍ୟ ନୀତିଶ କୁମାର ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ରେକର୍ଡ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏହି ସମାରୋହରେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଏନଡିଏର ଅନେକ ପ୍ରମୁଖ ନେତା ଉପସ୍ଥିତ ରହିଛନ୍ତି। ଏହା ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି।

ଏନଡିଏ ବିହାରରେ ପୁଣି ଥରେ କ୍ଷମତାକୁ ଫେରିଛି, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରୁ ୨୦୨ ଆସନ ଜିତିଛି, ଯେଉଁଥିରେ ବିଜେପି ୮୯, ଜେଡି(ୟୁ) ୮୫, ଏଲଜେପି(ଆରଭି) ୧୯, ଏଚ୍ଏଏମ୍ ୫ ଏବଂ ଆରଏଲଏମ୍ ୪ ଆସନ ପାଇଛି।

Leave a Reply

Your email address will not be published. Required fields are marked *