ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା । ଲୋନ୍ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ସଂପତ୍ତି ଆଟାଚ କରିଛି ଇଡି ।ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ସଂପତ୍ତି ଆଟାଚ୍ କରିଥିବା ଜଣାପଡିଛି। ଏହି ସମସ୍ତ ଜାଗାରେ ଥିବା ୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଆଟାଚ କରିଛି ଇଡି ।

ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀ ଓ ତାଙ୍କ ଗ୍ରୁପ ଅଫ କଂପାନି ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବର୍ତ୍ତମାନ ସୁଦ୍ଧା ଇଡି ୯ ହଜାର କୋଟି ଟଙ୍କାର ସଂପତ୍ତି ଆଟାଚ କରିଥିବା ସୂଚନା ମିଳିଛି ।

ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ତାଙ୍କ କମ୍ପାନୀଗୁଡ଼ିକ ସହ ଜଡିତ ମନି ଲଣ୍ଡରିଂ ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୋଟି କୋଟି ଟଙ୍କାର ନୂତନ ସମ୍ପତ୍ତି ଆଟାଚ୍ କରାଯାଇଛି । ଅନୀଲ ଅମ୍ବାନୀଙ୍କ ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ସଦ୍ୟତମ ଅସ୍ଥାୟୀ ଆଟାଚମେଣ୍ଟ ଆଦେଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *